ବିଶିଷ୍ଟ ଶିକ୍ଷକ ନେତା ଅବନୀ ବରାଳଙ୍କ ତ୍ରୟୋଦଶତମ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଜାଗୃତ ଓଡ଼ିଶା ବ୍ୟୁରୋ, Brahmapur ·

ବିଶିଷ୍ଟ ଶିକ୍ଷକ ନେତା ତଥା ଶିକ୍ଷକ କୁଳର ତ୍ରାଣକର୍ତ୍ତା, ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ତଥା ଅଜୀବନ ସାଧାରଣ ସମ୍ପାଦକ ସ୍ୱର୍ଗତ ଅବନୀ କୁମାର ବରାଳଙ୍କ ତ୍ରୟୋଦଶତମ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଶିକ୍ଷକ ମହାସଂଘ ତରଫରୁ ବ୍ରହ୍ମପୁର ପ୍ରେମନଗର ସ୍ଥିତ ଗଞ୍ଜାମ ଜିଲ୍ଲା ଓଷ୍ଟା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ରାଜ୍ୟ ଶିକ୍ଷକ ମହାସଂଘର ଅଧ୍ୟକ୍ଷ କାମରାଜୁ ମହାରଣା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷାବିତ୍ ଅବନୀ ବରାଳଙ୍କ ଶିକ୍ଷକ ଜାତି ପାଇଁ ଆଜୀବନ ସଂଗ୍ରାମର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥିଭାବେ ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ମଞ୍ଚର ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଓଷ୍ଟାର ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଡ଼ଃ. ବିଜୟ କୁମାର ମହାରଣା ଯୋଗଦେଇ ଅବନୀ ବରାଳଙ୍କ ଜୀବନ ଓ କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସମ୍ପାଦକ ଅଶୋକ କୁମାର ଦଳେଇ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯୁଗ୍ମ-ସମ୍ପାଦକ କୈଳାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
