ଝାରବନ୍ଧରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଜାଗୃତ ଓଡ଼ିଶା ବ୍ୟୁରୋ, Padmapur ·

ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଡ଼ିଆ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବ୍ଲକର ତିନୋଟି ଗୋଶାଳାକୁ ସରକାରୀ ଆର୍ଥିକ ସହାୟତାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ଗୋପାଳନ ଓ ମତ୍ସ୍ୟ ଚାଷୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ମେଳାରେ ବରଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶୋଭନ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ବିଡିଓ ପର୍ଶୁରାମ ପଣ୍ଡା, ଏଏଫ୍ଓ ସୌମ୍ୟରଞ୍ଜନ ମିଶ୍ର ଓ ପଦ୍ମପୁର ଏସ୍ଡିଭିଓ ଡାକ୍ତର ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପାଟ୍ଟଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଝାରବନ୍ଧ ବିଭିଓ ଡାକ୍ତର ସମୀର ଖମାରୀ ମଞ୍ଚାସୀନ ଥିଲେ । ଏହି ଅବସରରେ ସାଂସଦ ଶ୍ରୀ ପୁରୋହିତ ସରକାରଙ୍କ ବିଭିନ୍ନ ଯୋଜନା ଓ ଗୋପାଳନ, ମତ୍ସ୍ୟ ଚାଷ ଆଦି କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ । ମେଳା ପରିସରରେ ଉଦ୍ୟାନ କୃଷି, ଜୈବିକ କଳାଧାନ, ଜୈବିକ ଖତ, ମାଟିଦୀପ, ଗୋଶାଳା ଓ ମତ୍ସ୍ୟ ଚାଷ ସମ୍ପର୍କିତ ବିଭିନ୍ନ ଷ୍ଟଲ୍ ଖୋଲାଯାଇଥିଲା । ସାଂସଦ ଷ୍ଟଲ୍ଗୁଡ଼ିକ ପରିଦର୍ଶନ କରି ଚାଷୀଙ୍କ ଉତ୍ପାଦ ଓ ଚାଷ ପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଥିଲେ । ଗୋପୂଜନ ମଧ୍ୟ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଏଡିଭିଓ ଡାକ୍ତର ଅକ୍ଷୟ କୁମାର ମହାଲିକ, ଡାକ୍ତର ରାଜେଶ ନାୟକ, ଝାରବନ୍ଧ ଏଭିଏସ୍ ଡାକ୍ତର ଆଲୋକ ରଞ୍ଜନ ମେହେର, ଏମ୍ଭିୟୁ ଡାକ୍ତର ଆକାଶ କୁମାର ମହାପାତ୍ର, ଏଏଫ୍ଓ ଜୟପ୍ରକାଶ ମହାରଣା, ଗାଇସିଲଟ ଏଭିଏସ୍ ଡାକ୍ତର ରାନୁ ଦାଶ, ପାଇକମାଲ ଏମ୍ଭିୟୁ ଡାକ୍ତର ପ୍ରବୋଧ କୁମାର ମାହୁନ୍ତ ଓ ମାଣ୍ଡୋସିଲ ଏଭିଏସ୍ ଡାକ୍ତର ସ୍ୱାଗତିକା ସ୍ୱାଇଁ ଉପସ୍ଥିତ ଥିଲେ । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର, ବରିଷ୍ଠ ବିଜେପି ନେତା ଦୁର୍ଗାପ୍ରସାଦ ଅଗ୍ରୱାଲ, ହରିହର ସାହୁ, ମୋହନ ପ୍ରସାଦ ନାୟକ, ରାମକୃଷ୍ଣ ପ୍ରଧାନ, ସାମନ୍ତ ଶେଖର ମୁନା, ମଣ୍ଡଳ ସଭାପତି କ୍ଷୀରସାଗର ସାହୁ, ସତ୍ୟମ ପ୍ରଧାନ, ବିଜେପି ନେତ୍ରୀ ରମ୍ଭା ପଟେଲ, ଗଣେଶ ସାହୁ ଓ ସତ୍ୟଭୂଷଣ ସାହୁଙ୍କ ସମେତ ବ୍ଲକ ପ୍ରଶାସନ ଓ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ, ଗୋସେବକ, ଗୋପାଳକ, ମତ୍ସ୍ୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଏମ୍ବିକେ ସୌଦାମିନୀ ବାଗ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିପିଏମ୍ ସତ୍ୟ କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ପଦ୍ମପୁର ଏଏଫ୍ଓ ସୌମ୍ୟ ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
