Jagrut Odisha

ନଭେମ୍ବର ୨୬ ଓ ୨୭ରେ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି; ସୂଚନା ଦେଲେ SJTA ମୁଖ୍ୟ ପ୍ରଶାସକ

ଜାଗୃତ ଓଡ଼ିଶା ବ୍ୟୁରୋ, Puri ·

ନଭେମ୍ବର ୨୬ ଓ ୨୭ରେ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି; ସୂଚନା ଦେଲେ SJTA ମୁଖ୍ୟ ପ୍ରଶାସକ
ନଭେମ୍ବର ୨୬ ଓ ୨୭ରେ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି; ସୂଚନା ଦେଲେ SJTA ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସଂରକ୍ଷିତ ମହାପ୍ରଭୁଙ୍କ ଅମୂଲ୍ୟ ସୁନା, ରୁପା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଗଣତି ଓ ଯାଞ୍ଚ ପ୍ରକ୍ରିୟା ପୁଣି ଆରମ୍ଭ ହେବ। ଆସନ୍ତା ନଭେମ୍ବର ୨୬ ଓ ୨୭ ତାରିଖରେ ଏହି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ରବିବାର ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ଏହି ଗଣତି ଓ ଯାଞ୍ଚ କାର୍ଯ୍ୟ କରାଯିବ। ଏଥିରେ କେବଳ ଅନୁମତିପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହେବେ ବୋଲି SJTA ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ।

ଏହି ଦୁଇ ଦିନ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହି ସମ୍ବେଦନଶୀଳ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ସେବାୟତ ଓ ସେମାନଙ୍କ ନିଯୋଗର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ ।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବହୁ ମୂଲ୍ୟବାନ ଅଳଙ୍କାର ଓ ସାମଗ୍ରୀ ସଂରକ୍ଷିତ ରହିଛି । ଏହାର ସଠିକ୍ ତାଲିକା ପ୍ରସ୍ତୁତି ଓ ଯାଞ୍ଚ ପାଇଁ ପର୍ଯ୍ୟାୟକ୍ରମେ ଗଣତି ପ୍ରକ୍ରିୟା ଜାରି ରହିଛି ।