ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ସ୍କାରଲେଟ୍ ମାକାଓ ପକ୍ଷୀର ମୃତ୍ୟୁ
ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବିରଳ ପ୍ରଜାତିର ସ୍କାରଲେଟ୍ ମାକାଓ ପକ୍ଷୀର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ପୁରୁଷ ମାକାଓ ପକ୍ଷୀଟି ଅସୁସ୍ଥ ଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତା'ର ମୃତ୍ୟୁ ହୋଇଛି। ପକ୍ଷୀଟି ଖାଦ୍ୟ ଗ୍ରହଣ କରୁନଥିବା ସହ ଖୁଆଡ଼ର ଏକ କୋଣରେ ବସି ରହୁଥିଲା। ଏହା ଦେଖି ତାକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଗୁଜରାଟର ଜାମନଗରସ୍ଥିତ ରାଧା କୃଷ୍ଣ ଟେମ୍ପଲ୍ ଏଲିଫ୍ୟାଣ୍ଟ ୱେଲଫେୟାର ଟ୍ରଷ୍ଟ (RKTEWT)ରୁ ୪ଟି ସ୍କାରଲେଟ୍ ମାକାଓ (୨ଟି ଅଣ୍ଡିରା ଓ ୨ଟି ମାଈ) ପକ୍ଷୀଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ଏହି ସଂସ୍ଥା ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ବନ୍ତାରାର ଏକ ଅଂଶ। ତେବେ ଏହି ପକ୍ଷୀର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ମାତ୍ର ୩ଟି ସ୍କାରଲେଟ୍ ମାକାଓ ରହିଛନ୍ତି।
