କଳାହାଣ୍ଡିରେ ମୁଣ୍ଡବିହୀନ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଜାଗୃତ ଓଡ଼ିଶା ବ୍ୟୁରୋ, Kalahandi ·

ଗୁରୁବାର କଳାହାଣ୍ଡି ଜିଲ୍ଲାର ଏକ ଧାନ କ୍ଷେତରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ହତ୍ୟା ସନ୍ଦେହ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡ କାଟି ଦିଆଯାଇଥିବା ଅନୁମାନ କରାଯାଉଛି। କୋକସରା ଥାନା ଅଧୀନରେ ଲଡୁଗାଁ ଓ ସୁପାଡ଼ ରାସ୍ତା ମଧ୍ୟବର୍ତ୍ତୀ ଏକ ଧାନ କ୍ଷେତରୁ ମୃତଦେହଟି ମିଳିଛି।
ମୃତ ଯୁବକଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ। ମୃତଦେହରେ ଏକାଧିକ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି।
ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ସ୍ନିଫର ଡଗ୍ ଓ ବୈଜ୍ଞାନିକ ଟିମ୍ ସହାୟତାରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
