Jagrut Odisha

ବାସ୍ତୁ ଦୋଷ ଦୂର କରିବା ନାଁରେ ପରିବାରକୁ ନିଶା ମିଶା କଦଳୀ ଖୁଆଇଲେ; ନାବାଳିକାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ ଓ ପ୍ରସାରଣ ଅଭିଯୋଗରେ ‘କଦଳୀ ବାବା’ ଗିରଫ

ଜାଗୃତ ଓଡ଼ିଶା ବ୍ୟୁରୋ, Udala ·

ବାସ୍ତୁ ଦୋଷ ଦୂର କରିବା ନାଁରେ ପରିବାରକୁ ନିଶା ମିଶା କଦଳୀ ଖୁଆଇଲେ; ନାବାଳିକାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ ଓ ପ୍ରସାରଣ ଅଭିଯୋଗରେ ‘କଦଳୀ ବାବା’ ଗିରଫ
ବାସ୍ତୁ ଦୋଷ ଦୂର କରିବା ନାଁରେ ପରିବାରକୁ ନିଶା ମିଶା କଦଳୀ ଖୁଆଇଲେ; ନାବାଳିକାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ ଓ ପ୍ରସାରଣ ଅଭିଯୋଗରେ ‘କଦଳୀ ବାବା’ ଗିରଫ

ବାସ୍ତୁ ଦୋଷ ଦୂର କରିବା ନାଁରେ ଏକ ପରିବାରକୁ ନିଶା ମିଶା କଦଳୀ ଖୁଆଇ ନାବାଳିକାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ ଓ ପ୍ରସାରଣ କରିବା ଅଭିଯୋଗରେ ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି ମୟୂରଭଞ୍ଜ ଜିଲ୍ଲାର ଉଦଳା ପୋଲିସ ।

ଗିରଫ ଅଭିଯୁକ୍ତଙ୍କ ନାମ ଗଗନ ନାୟକ ଓରଫ ‘କଦଳୀ ବାବା’। ସେ ଖୁଣ୍ଟା ଥାନା ଅନ୍ତର୍ଗତ ସାନସତାଶୋଳା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଉଦଳା ଥାନା ଅନ୍ତର୍ଗତ ହାତୀସାହି ଅଞ୍ଚଳର ଜଣେ ମହିଳାଙ୍କ ଘରକୁ ଯାଇଥିଲେ। ଘରେ ବାସ୍ତୁ ଦୋଷ ଥିବା କହି ତାହାର ପ୍ରତିକାର ପାଇଁ ପୂଜାପାଠ କରିବାକୁ ପ୍ରସ୍ତାବ ଦେଇଥିଲେ ।

ପୂଜା ସମୟରେ ପରିବାର ସଦସ୍ୟଙ୍କୁ ନିଶାଦ୍ରବ୍ୟ ମିଶ୍ରିତ କଦଳୀ ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି । ଏହା ଖାଇବା ପରେ ପରିବାରର ସଦସ୍ୟମାନେ ଅଚେତ ହୋଇପଡ଼ିଥିଲେ । ଏହି ସୁଯୋଗରେ ଅଭିଯୁକ୍ତ ଜଣେ ନାବାଳିକାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରିଥିବା ଅଭିଯୋଗ ରହିଛି ।

ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ପ୍ରସାରିତ ହେବା ପରେ ଘଟଣାଟି ପରିବାରର ନଜରକୁ ଆସିଥିଲା । ଏହାପରେ ପୀଡ଼ିତାଙ୍କ ପରିବାର ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଗଗନ ନାୟକଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅଭିଯୁକ୍ତଙ୍କ ଦ୍ୱାରା ଏଭଳି ଅନ୍ୟ କୌଣସି ଘଟଣା ଘଟିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି ।