Jagrut Odisha

ଫେବୃଆରୀ ୧୬ରୁ ଆରମ୍ଭ ହେବ CHSE +୨ ବାର୍ଷିକ ପରୀକ୍ଷା-୨୦୨୭

ଜାଗୃତ ଓଡ଼ିଶା ବ୍ୟୁରୋ, Bhubaneswar ·

ଫେବୃଆରୀ ୧୬ରୁ ଆରମ୍ଭ ହେବ CHSE +୨ ବାର୍ଷିକ ପରୀକ୍ଷା-୨୦୨୭
ଫେବୃଆରୀ ୧୬ରୁ ଆରମ୍ଭ ହେବ CHSE +୨ ବାର୍ଷିକ ପରୀକ୍ଷା-୨୦୨୭

ଓଡ଼ିଶାରେ +୨ ବାର୍ଷିକ ପରୀକ୍ଷା-୨୦୨୭ର କାର୍ଯ୍ୟସୂଚୀ ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଆସନ୍ତା ୨୦୨୭ ଫେବୃଆରୀ ୧୬ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ।

ପରିଷଦର ସୂଚନା ଅନୁଯାୟୀ, ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ କରେସପଣ୍ଡେନ୍ସ ବିଭାଗର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସାମିଲ ହେବେ।

ପରୀକ୍ଷାର ଗୁରୁତ୍ୱପୂର୍ଣ୍ଣ ତାରିଖ:

ଥିଓରୀ ପରୀକ୍ଷା ଆରମ୍ଭ: ଫେବୃଆରୀ ୧୬, ୨୦୨୭

ଥିଓରୀ ପରୀକ୍ଷା ଶେଷ: ମାର୍ଚ୍ଚ ୩୧, ୨୦୨୭

ପ୍ରାକ୍ଟିକାଲ ପରୀକ୍ଷା: ଜାନୁଆରୀ ୪ରୁ ୧୬, ୨୦୨୭

ଆର୍ଟସ୍ ଓ କମର୍ସ ପରୀକ୍ଷା ଆରମ୍ଭ: ଫେବୃଆରୀ ୧୮, ୨୦୨୭

ଭୋକେସନାଲ୍ ପରୀକ୍ଷା ଆରମ୍ଭ: ଫେବୃଆରୀ ୧୭, ୨୦୨୭

ଅଧିକାଂଶ ଥିଓରୀ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପରୀକ୍ଷାର୍ଥୀମାନେ CHSEର ଅଫିସିଆଲ୍ ୱେବସାଇଟ୍ chseodisha.nic.in ରୁ ବିଷୟଭିତ୍ତିକ ପରୀକ୍ଷା ସୂଚୀ ଡାଉନଲୋଡ୍ କରିପାରିବେ।