Jagrut Odisha

ବରଗଡ଼ରେ ବାଲି ବସ୍ତା ଭରସାରେ ରାସ୍ତା ନିର୍ମାଣ, ଉନ୍ନତିମୂଳକ କାମର ମାନକୁ ନେଇ ପ୍ରଶ୍ନ

ଜାଗୃତ ଓଡ଼ିଶା ବ୍ୟୁରୋ, Bargarh ·

ଦୁଇ ସପ୍ତାହର ଆତଙ୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଧରାପଡ଼ିଲା ହିଂସ୍ର ଭାଲୁ
ଦୁଇ ସପ୍ତାହର ଆତଙ୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଧରାପଡ଼ିଲା ହିଂସ୍ର ଭାଲୁ

ବରଗଡ଼ରେ ରାସ୍ତା ନିର୍ମାଣ କାମକୁ ନେଇ ଏବେ ବିବାଦ ଦେଖାଦେଇଛି । ରାସ୍ତା କଡ଼ରେ ସୁରକ୍ଷା ପାଇଁ ଗାର୍ଡ ୱାଲ୍ ନିର୍ମାଣ କରିବା ପରିବର୍ତ୍ତେ ଠିକା ସଂସ୍ଥା ବାଲି ବସ୍ତା ରଖି କାମ ଚଳାଇଥିବା ଅଭିଯୋଗ ହୋଇଛି । ବରଗଡ଼ ବ୍ଲକର ଯମୁର୍ଡା, ସରଳା ଓ ବନ୍ଦା ଅଞ୍ଚଳରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ମାଣ କାମର ଗୁଣବତ୍ତା ଓ ଠିକା ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଗାର୍ଡ ୱାଲ୍ ବଦଳରେ ବାଲି ବସ୍ତା ବ୍ୟବହାର କରିବାକୁ କିଏ ଅନୁମତି ଦେଇଛି ଏବଂ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଏହା ଜାଣିପାରୁନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଫଳରେ ବରଗଡ଼ରେ ରାସ୍ତା ନିର୍ମାଣର ମାନ ଓ ତଦାରଖ ବ୍ୟବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।