Jagrut Odisha

କଫ୍ ସିରପ୍ ଜବତ, ଜଣେ ଗିରଫ

ଜାଗୃତ ଓଡ଼ିଶା ବ୍ୟୁରୋ, Loisingha ·

କଫ୍ ସିରପ୍ ଜବତ, ଜଣେ ଗିରଫ
କଫ୍ ସିରପ୍ ଜବତ, ଜଣେ ଗିରଫ

ବଲାଙ୍ଗିର ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ। ଲୋଇସିଂହା ଅବକାରୀ ଥାନା ଅନ୍ତର୍ଗତ ଆଗଲପୁର ବ୍ଲକର ଅଙ୍ଗ ନଦୀ ପୋଲ ନିକଟରେ ଚଢ଼ାଉ କରି କଫ୍ ସିରପ୍ ସହ ଜଣେ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଗୁଡ଼ିମୁଣ୍ଡା ଗ୍ରାମର କର୍ମା ସେଠ୍। ତାଙ୍କ ନିକଟରୁ ୧ ଲିଟର ୫୦୦ ମିଲିଲିଟର କଫ୍ ସିରପ୍ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ଏନେଇ ଅବକାରୀ ଏସ୍‌ଆଇ ରାଜକୁମାର ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।