ବଲାଙ୍ଗିରରେ ପୁଣି ଚୋରି ଘଟଣା, ଭୟଭୀତ ଅଞ୍ଚଳବାସୀ ।
ଜାଗୃତ ଓଡ଼ିଶା ବ୍ୟୁରୋ, Balangir ·

ବଲାଙ୍ଗିର ସହରରେ ଥମୁନି ଚୋରି ଘଟଣା। ପୁଣି ଏକ ବଡ଼ଧରଣର ଚୋରିକୁ ନେଇ ସହରବାସୀଙ୍କ ମଧ୍ୟରେ ଛନକା ପଶିଛି। ଚିମନିଭାଟିପଡ଼ାର ନୀଳାମ୍ବର ଶତପଥୀଙ୍କ ଘରୁ ଦୁର୍ବୃତ୍ତମାନେ ସୁନା, ରୂପା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା ଚୋରି କରି ଚମ୍ପଟ ମାରିଛନ୍ତି। ପ୍ରାୟ ୩ ଭରି ସୁନା ଓ ରୂପା ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ନୀଳାମ୍ବର ଶତପଥୀ ଗତକାଲି ରାତିରେ ନିଜ ପୈତୃକ ଗାଁକୁ ଯାଇଥିବାବେଳେ ରାତି ପ୍ରାୟ ୩ଟାରେ ଘରକୁ ଫେରି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଖବର ପାଇ ଲକ୍ଷ୍ମୀଜୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ ସହରରେ ବାରମ୍ବାର ଚୋରି, ଲୁଟ୍ ଓ ଛିନତାଇ ଘଟଣା ବଢ଼ୁଥିବାରୁ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସହ ଅସନ୍ତୋଷ ତୀବ୍ର ହେଉଛି।
